ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଉରକେଲା ନାଲାରୋଡକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କଲା ରାଉରକେଲା ପୌର ନିଗମ। ସେହି ଅଞ୍ଚଳରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ପୌର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ରାଉରକେଲାର ଜନତା ନିବାସ ଲେନରୁ ମହତାବ ରୋଡ୍ ପର୍ଯ୍ୟନ୍ତ ଅଞ୍ଚଳ ଓ ଡେଲି ମାର୍କେଟର ଅଣ୍ଡା ଏବଂ ପରିବା ଲେନରୁ ରେଲୱେ ଲାଇନ୍ ସୀମା ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଆନନ୍ଦ ଭବନ ଲେନରୁ ରିଙ୍ଗ୍ ରୋଡ୍ ପର୍ଯ୍ୟନ୍ତ ଅଞ୍ଚଳକୁ ମଧ୍ୟ ପୌର ପ୍ରଶାସନ ସିଲ୍ କରିଛି।ଶନିବାର ସଂନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ତୃତୀୟ ଆକ୍ରାନ୍ତ ସୁସ୍ଥ ହୋଇଯାଇଥିଲେ। ଏହାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁନ୍ଦରଗଡ଼ ଜିଲ୍ଲାକୁ କରୋନା ମୁକ୍ତ ବୋଲି ଘୋଷଣା କରିଥିଲା। ହେଲେ ରବିବାର ରାଉରକେଲା ସହରରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ନାଲା ରୋଡକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here