ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆମେରିକାରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି। ଗତ କିଛିଦିନ ଧରି ଦୈନିକ ମୃତ୍ୟୁ ପରିମାଣ ଦୁଇ ହଜାରରୁ କମ ଥିବା ବେଳେ ବୁଧବାର ଗୋଟିଏ ଦିନରେ ୨୫୦୨ ଜଣ ପ୍ରାଣ ହରାଇଥିଲେ।

୨୪ ଘଣ୍ଟା ମଧ୍ୟରେ କରୋନା ପାଇଁ ଜୀବନ ହାରିବାରେ ଏହା ଏକ ନୂଆ ରେକର୍ଡ଼। ଏଥି ସହିତ ଆମେରିକାରେ ମୃତକଙ୍କ ସଂଖ୍ୟା ୬୦୮୫୩ ହୋଇଛି। ଉଲ୍ଲେଖ କରାଯାଇପାରେ ଯେ ଚୀନରୁ ବାହାରିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ସବୁଠାରୁ ବେଶୀ କ୍ଷତି ସାଧନ କରିଛି ଆମେରିକାର। ସେଠି ଦଶ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି।

ୱାର୍ଲଡ – ଓ -ମିଟରର ତଥ୍ୟ ଅନୁସାରେ ନ୍ୟୁୟର୍କ ଓ ନ୍ୟୁଜର୍ସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିଭଳି ମାସାଚୁସେଟ୍ସ,ଇଲିନୋଏସ ଓ କାଲିଫର୍ଣ୍ଣିଆରେ ବହୁ ଲୋକ ସଂକ୍ରମିତ ହୋଇପଡିଛନ୍ତି ଯଦିଓ ମୃତ୍ୟୁ ସଂଖ୍ୟା ଏଠି ଏତେ ଭୟାନକ ନୁହେଁ।

Comment