ଓଡ଼ିଶାଲାଇଭ୍ ବ୍ୟୁରୋ
ଫୁଲବାଣୀ କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁରତରୁ ପ୍ରାୟ ୫୦ ଜଣ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଆସୁଥିବା ବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଜି ଉଦୟଗିରି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।
ଲକ୍ଡାଉନ୍ ଯୋଗୁଁ ସୁରତରେ ବହୁ ଓଡ଼ିଆ ଫସି ରହିଥିଲେ। ସେମାନେ ନିଜ ଗାଁକୁ ଫେରୁଛନ୍ତି। ଗତ ଦୁଇ ଦିନ ତଳେ ସୁରତରୁ ୪ଟି ବସ୍ ଓଡ଼ିଆଙ୍କୁ ନେଇ ଆସିଥିଲା। ଆଜି ଆହୁରି ଓଡ଼ିଆ ଲୋକ ସ୍ୱତନ୍ତ୍ର ବସ୍ରେ ଆସୁଥିଲେ। ହେଲେ କଳିଙ୍ଗା ଘାଟି ନିକଟରେ ବସ୍ଟି ଗୋଟିଏ ପିଲାରକୁ ଧକ୍କା ଦେବାରୁ ଓଲଟି ପଡ଼ିଥିଲା।


















