ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଯାଜପୁରରେ ଚିହ୍ନଟ ହେଲେ ପୁଣି ୨ କରୋନା ପଜିଟିଭ୍। ଏଥିସହ କେବଳ ଶନିବାର ଜିଲ୍ଲାରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତ

ଏହି ଦୁଇ ନୂଆ ଆକ୍ରାନ୍ତ ବରି ବ୍ଲକର ହୋଇଥିବାବେଳେ ଦୁଇଜଣ ଯାକ ପୁରୁଷ ବୋଲି ଜଣାପଡ଼ିଛି। ଦୁଇ ଜଣ ଆକ୍ରାନ୍ତ ନିକଟରେ କୋଲକାତାରୁ ଫେରିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଯାଜପୁରର ଏହି ଦୁଇଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଯାଇଛି। ସେଥିମଧ୍ୟରୁ କେବଳ ଯାଜପୁର ଜିଲ୍ଲାରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାପୂର୍ବରୁ ଗୁରୁବାର ଦିନ ଯାଜପୁରରୁ ୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଶୁକ୍ରବାର ଜିଲ୍ଲାରୁ ଆଉ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୦ରେ ପହଞ୍ଚି ଯାଇଥିଲେ। ଏବେ ଶନିବାର ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଯାଜପୁରରେ ଆକ୍ରାନ୍ତ ସଂଖ୍ୟା ୪୭ରେ ପହଞ୍ଚିଛି।

ଯାଜପୁର ବର୍ତ୍ତମାନ ଓଡ଼ିଶାର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ହୋଇସାରିଛି। କାରଣ ଏଠାରେ ଏବେ ବି ୪୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ରାଜ୍ୟ ଅନ୍ୟ କେଉଁ ଜିଲ୍ଲାରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିକିତ୍ସାଧୀନ ନାହାନ୍ତି।

Comment