ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବାଲେଶ୍ୱରରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି। ସେହିଭଳି କେବଳ ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨୧ରେ ପହଞ୍ଚିଛି।

ବର୍ତ୍ତମାନର ସୂଚନା ଅନୁସାରେ ୩୪ ବର୍ଷୀୟ ଜଣେ ପୁରୁଷ ପଜିଟିଭ୍ ଥିବା ଜଣାପଡ଼ିଛି। ନିକଟରେ ସେ ପଶ୍ଚିମବଙ୍ଗରୁ ଫେରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ତାଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ୍ ଜାରି ରହିଛି।

ରାଜ୍ୟରେ ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୬ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୦୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

Comment