ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ମେ ୪ରୁ ଅରେଞ୍ଜ ଏବଂ ଗ୍ରୀନ୍ ଜୋନରେ ବସ୍ ଚାଲିବାକୁ ଅନୁମତି ଦେଇଥିଲେ ସୁଦ୍ଧା ରାଜ୍ୟରେ କାଲିଠାରୁ ବସ୍ ଗଡ଼ିବନି। ଏନେଇ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଦୁଇଟି ଗ୍ରୀନ୍ ଜୋନ୍ ଜିଲ୍ଲା ମଧ୍ୟରେ ରେଡ୍ ଜୋନ୍ ଜିଲ୍ଲା ପଡୁଛି। ଏଭଳି ପରିସ୍ଥିତିରେ ବସ୍ କେମିତି ଚାଲିବ। ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ବସ ଚାଲିବାକୁ କୌଣସି ନିର୍ଦ୍ଧିଷ୍ଟ ଗାଇଡଲାଇନ୍ କରିନାହାନ୍ତି। ତେଣୁ ସୋମବାରଠାରୁ କଦାପି ରାଜ୍ୟରେ ବସ୍ ଚାଲିପାରିବନି।”

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ବି ଲୋକମାନେ ଭୟଭୀତ ହୋଇ ଅଛନ୍ତି। ବସ ଚାଲିଲେ ବି କୌଣସି ଲୋକ ବସରେ ଯିବା ଆସିବା କରିବେ ନାହିଁ। ତେଣୁ ସଂଘ ଏବେ ବସ ଚଲାଇବାକୁ ନିଷ୍ପତ୍ତି ନେଇନି ବୋଲି ସେ କହିଛନ୍ତି।

ଅନ୍ୟପଟେ ସଂଘର ଏଭଳି ନିଷ୍ପତ୍ତି ପରେ ଏହାକୁ ନେଇ ପ୍ରତିକ୍ରିୟ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ, ଏନେଇ ଆସନ୍ତାକାଲି ଲୋକସେବା ଭବନରେ ବୈଠକ ହେବ। ବୈଠକରେ ଆଲୋଚନା ହେବା ପରେ ନିର୍ଦ୍ଧିଷ୍ଟ ସୂଚନା ମିଳିପାରିବ।

Comment