ଓଡ଼ିଶାଲାଇଭ୍ ବ୍ୟୁରୋ

corona test 2ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨ ଜଣ  ଏବଂ କଟକ ଜିଲ୍ଲା ତିଗିରିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ବାଲେଶ୍ଵରର ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରତରୁ ଫେରିଥିଲେ। ବାଲେଶ୍ୱରର ଦୁଇ ଆକ୍ରାନ୍ତଙ୍କ ଭିତରୁ ଜଣକର ବୟସ ୫୦ ବର୍ଷ (ମହିଳା) ଏବଂ ଆଉ ଜଣକର ବୟସ ୨୬ ବର୍ଷ (ଯୁବକ)। କଟକ ଜିଲ୍ଲା ତିଗିରିଆକୁ ଫେରିଥିବା ଆକ୍ରାନ୍ତଙ୍କ ବୟସ ୩୪ ବର୍ଷ।

ବାଲେଶ୍ୱରରେ ଏହି ଦୁଇ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ ଛୁଇଁଛି।

କଟକରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନିଜାମୁଦ୍ଦିନ ଲିଙ୍କ୍ ଥିବା କଟକର ପଟ୍ଟାପୋଲ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ସୁସ୍ଥ ହୋଇଯିବା ପରେ କଟକରୁ ଆଉ କେହି ଚିହ୍ନଟ ହୋଇ ନଥିଲେ। ଫଳରେ କଟକ ଗ୍ରୀନ ଜୋନ୍‌ରେ ରହିଥିଲା। ଏବେ କଟକ ଜିଲ୍ଲା ତିଗିରିଆରେ ଜଣେ ଆକ୍ରାନ୍ତ ବାହାରିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି।

LEAVE A REPLY

Please enter your comment!
Please enter your name here