ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୬ଶହରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇସାରିଲେଣି। ସେହିପରି ପାଖାପାଖି ୫୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଭାରତରେ ମୋଟ ୪୯ ହଜାର ୩୯୧ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୪ ହଜାର ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ଏବେ ବି ୩୩ ହଜାର ୫୧୪ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେହିଭଳି ମୋଟ ୧୬୯୪ ଜଣ ଲୋକ ପ୍ରାଣ ହରାଇଛନ୍ତି।

ମହାରାଷ୍ଟ୍ର ଏବେ ବି ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ୧୫ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୬୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ୩୬୮ ଜଣ, ମଧ୍ୟପ୍ରଦେଶରେ ୧୭୬ ଜଣ ଓ ରାଜସ୍ଥାନରେ ୮୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

Comment