ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାକୁ କରୋନା ମହାମାରୀଠାରୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ରାତି ଅଧିଆ ସୀମାନ୍ତ ଚେକ ପୋଷ୍ଟ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ।

ରବିବାର ବିଳମ୍ବିତ ରାତିରେ ଜିଲ୍ଲାପାଳ ରାୟଗଡ଼ା ଓ ଆନ୍ଧ୍ର ସୀମାନ୍ତ କେରେଡ଼ା ଅଞ୍ଚଳ ଗସ୍ତ କରିଥିଲେ। ତାଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ ଓ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ରହିଥିଲେ। ଜିଲ୍ଲାପାଳ ଓ ତାଙ୍କ ଟିମ ପ୍ରଥମେ ଚେକ ପୋଷ୍ଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଆନ୍ଧ୍ର ପଟରୁ ଜିଲ୍ଲାରେ ଅବୈଧ ପ୍ରବେଶ କରୁଥିବା କିଛି ଲୋକଙ୍କୁ ପ୍ରଶାସନ ଉଦ୍ଧାର କରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିଛି।

ବାରମ୍ବାର ଅନ୍ୟ ରାଜ୍ୟରୁ ରେଳ ଧାରଣା ଓ ବଣ ଜଙ୍ଗଲ ପାହାଡ଼ ଦେଇ ଜିଲ୍ଲାକୁ ବେଆଇନ ପ୍ରବେଶ ହେଉଛି ବୋଲି ଅଭିଯୋଗ ହେଉଛି। ଏହାପରେ ରେଳବାଇ ପୁଲିସ ପକ୍ଷରୁ ରେଳ ଧାରଣାରେ ଦୀର୍ଘ ୭୦କିମି ପରିମିତ ରେଳ ଧାରଣାରେ ପେଟ୍ରୋଲିଂ ଆରମ୍ଭ କରାଯାଇଛି । ତେବେ ଗତ କିଛି ଦିନରେ ପରିସ୍ଥିତି ଆୟତ୍ତ ହୋଇଥିବାବେଳେ ରବିବାର ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ସୀମାନ୍ତ କେରେଡ଼ା ଯାଇ ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି ଗସ୍ତ ସମୟରେ ଆଞ୍ଚଳିକ ପରିବହନ ଅଧିକାରୀ ଦିଲୀପ କୁମାର ଦଳାଇ, ସ୍ଥାନୀୟ ତହସିଲଦାର ଉମା ଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ଓ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment