ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ୧୮ ତମ ଜିଲ୍ଲା ଭାବେ ମୟୁରଭଞ୍ଜକୁ ବ୍ୟାପିଲା କରୋନା ଭାଇରସ। ଗୁରୁବାର ଜିଲ୍ଲାର ୩ ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍ ଥିବା ଜଣାପଡ଼ିଛନ୍ତି।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୟୁରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ସମସ୍ତେ ପୁରୁଷ ହୋଇଥିବାବେଳେ ସେମାନଙ୍କର ବୟସ ଯଥାକ୍ରମେ ୨୧,୩୬ ଓ ୪୪ ବର୍ଷ ବୋଲି ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ମୟୁରଭଞ୍ଜ ଜିଲ୍ଲାର ଆଖ ପାଖ ଜିଲ୍ଲା ଯଥାକ୍ରମେ ବାଲେଶ୍ୱର, କେଉଁଝର, ଭଦ୍ରକ ଆଦିରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। କିନ୍ତୁ ଏପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲାରେ କୌଣସି ପଜିଟିଭ୍ କେସ୍ ସାମନାକୁ ଆସିନଥିଲା। ହେଲେ ସୁରତ ଫେରନ୍ତାଙ୍କ ଫେରିବା ପରେ ଏଠାରେ ପ୍ରଥମ କରି ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଗକୁ ଆହୁରି ଅଧିକ ଲୋକ ସୁରତରୁ ଫେରିବାକୁ ଥିବାରୁ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।

Comment