ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ୍ ଏବେ ଦିନକୁ ଦିନ ଦେଶରେ ଅଧିକ ମାରାତ୍ମକ ହେବା ଆରମ୍ଭ କରିଦେଇଛି। ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧୭୮୩ ଜୀବନ ଚାଲିଗଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ସାରା ଦେଶରେ ମୋଟ ୫୨ହଜାର ୯୫୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୫ ହଜାର ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୩୫ ହଜାର ୯୦୨ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏବେ ବି ଭାରତରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ୧୬ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୭୫୧ ଜଣ ଲୋକ ପ୍ରାଣ ହରାଇସାରିଲେଣି। ଏହାପଛକୁ ଗୁଜରାଟରେ ୩୯୬ ଜଣ, ମଧ୍ୟପ୍ରଦେଶରେ ୧୮୫ ଜଣ ଓ ପଶ୍ଚିମବଙ୍ଗରେ ୧୪୪ଜଣ ଲୋକ ପ୍ରାଣ ହରାଇଛନ୍ତି।

Comment