ଓଡ଼ିଶାଲାଇଭ୍ ବ୍ୟୁରୋ

ଛଅ ମାସରେ ଦେଶ ବଦଳାଉଛି ଦ୍ୱୀପ। ବର୍ଷକର ବାର ମାସରୁ ଛଅ ମାସ ଫ୍ରାନ୍ସରେ ଆଉ ଛଅ ମାସ ସ୍ପେନ ଅଧୀନରେ ରହୁଛି ଗୋଟିଏ ଦ୍ୱୀପ।

ଏହି ଦ୍ୱୀପର ନାଁ ହେଉଛି ଫିଜେଣ୍ଟ ଦ୍ୱୀପ। ଏହି ଦ୍ୱୀପଟି ଫେବ୍ରୁଆରି ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ପେନ୍ ଅଧୀନରେ ରହିଥାଏ। ଏହାପରେ ଦ୍ୱୀପଟି ଅଗଷ୍ଟ ୧ ତାରିଖରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଅଧୀନରେ ରହିଥାଏ।ଏହାର କାରଣ ହେଉଛି ଏହି ଦ୍ୱୀପଟି ଫ୍ରାନ୍ସ ଓ ସ୍ପେନର ସୀମାରେ ବହୁଥିବା ବିଦାସୀ ନଦୀରେ ଅବସ୍ଥିତ। ଏହି ଦ୍ୱୀପ ଉପରେ ଉଭୟ ଫ୍ରାନ୍ସ ଓ ସ୍ପେନର ଅଧିକାର ରହିଛି। ତେଣୁ ଦୁଇଦେଶ ପରସ୍ପର ମଧ୍ୟରେ ଏହି ବୁଝାମଣା କରିଦେଇଛନ୍ତି। ଏପରି ପକ୍ରିୟା ଗତ ୩୫୦ବର୍ଷ ଧରି ଚାଲୁଆସୁଛି। ଏହି ଦ୍ୱୀପ ୨୦୦ ମିଟର ଲମ୍ବା ହୋଇଥିବାବେଳେ ଏହାର ଚଉଡ଼ା ହେଉଛି ୪୦ ମିଟର।

Comment