ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଆରମ୍ଭ ହୋଇଛି ହକି ପୁରୁଷ ବିଶ୍ଵକପ୨୦୨୩। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଦୁଇଟି ମ୍ୟାଚ ପରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଛି ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦ ଗୋଲରେ ୱେଲ୍ସକୁ ପରାସ୍ତ କରିଛି। ଏହାର ପରବର୍ତ୍ତୀ ମୁକବିଲାରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରିଛି। ସ୍ପେନ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହିଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।

ଶୁକ୍ରବାର ଅପରାହ୍ଣ ୫ଟା ସମୟରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ମ୍ୟାଚଟି ଆରମ୍ଭ ହୋଇଥିଲା। ଆରମ୍ଭରୁ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରି ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ଅଧିନାୟକ ଡେଭିଡ୍ ଏମ୍ସଙ୍କ ନେତୃତ୍ଵରେ ଦଳ ୱେଲ୍ସ ଉପରେ ଆରମ୍ଭରୁ ଚାପ ପକାଇଥିଲା। ଦଳ ପକ୍ଷରୁ ଆନସେଲ ଲିଆମ ୨ଟି ଗୋଲ ଦେଇଥିଲେ।

ରାଉରକେଲାରେ ପ୍ରଥମ ମ୍ୟାଚ ପରେ ସନ୍ଧ୍ୟା ୭ଟାରେ ବହୁ ପ୍ରତିକ୍ଷିତ ଭାରତ ଓ ସ୍ପେନ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଥିଲା ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଥିଲେ ଆରମ୍ଭରୁ ଓଡ଼ିଆ ପୁଅ ଅମିତ ରୋହିଦାସ ପେନାଲ୍ଟି କର୍ନରରୁ ପ୍ରଥମ ଗୋଲ ଦେଇଥିଲେ। ପରେ  ହାର୍ଦିକ ସିଂହ ଆଉ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ୨-୦ ରେ ଅଗ୍ରଣୀ ଦେଇଥିଲେ। ସ୍ପେନ ପକ୍ଷରୁ ବାରମ୍ବାର ଗୋଲ ଦେବାର ପ୍ରଚେଷ୍ଟା କରଯାଇଥିଲା ହେଲେ ଭାରତୀୟ ଡିଫେନ୍ସ ଏହାକୁ ରୋକିବାରେ ସଫଳ ହୋଇଥିଲା।

ହରମନପ୍ରିତ ସିଂହ ଓ ଅମିତ ରୋହିଦାସ ନେତୃତ୍ଵରେ ଦଳ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏକ ଉତ୍ତମ ଖେଳ ପ୍ରଦର୍ଶନ କରଛି। ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଭାରତୀୟ ଦଳକୁ ଅନେକ ଉତ୍ସାହିତ କରିଛନ୍ତି।

Tags: #Men’sHockeyWorldCup #Groupstage #India #Spain #Hockey #India #Odisha

Comment