ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ପୁଣି ଟ୍ରେନ୍ ଯୋଗେ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ। ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ପୁଣି ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଫେରିବେ। ଶନିବାର ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସେ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଓଡ଼ିଶାକୁ ଟ୍ରେନ୍ ଆସିବ। ଏଥିରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ଓଡ଼ିଶା ଫେରିବେ। ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଥିପାଇଁ ପୁଣି ପ୍ରସ୍ତୁତି ଆରମ୍ଭ ହୋଇଛି।”

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଓଡ଼ିଆ ଭାଇ ଭଉଣୀମାନେ ଓଡ଼ିଶା ଫେରୁଛନ୍ତି ସେମାନେ ସରକାରଙ୍କ ନିୟମ ମାନି କ୍ୱାରେଣ୍ଟିନରେ ରୁହନ୍ତୁ। ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ।

ଗୁରୁବାର ଓଡ଼ିଶା ହାଇକୋର୍ଟ ପ୍ରବାସୀ ଓଡ଼ିଆଙ୍କ ପାଇଁ ନମୁନା ପରୀକ୍ଷା ବାଧ୍ୟତାମୂଳକ କରିଥିଲେ। କୌଣସି ପ୍ରବାସୀ ଓଡ଼ିଆ ନମୁନା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଓଡ଼ିଶା ଫେରିପାରିବେନି ବୋଲି କହିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଓଡ଼ିଶାକୁ ପ୍ରବାସୀ ଓଡ଼ିଆମାନେ ଟ୍ରେନ୍ ଯୋଗେ ଫେରିବାର ରାସ୍ତା ଫିଟିଯାଇଛି।

Comment