ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ରାଜ୍ୟ ପରି ଓଡ଼ିଶାରୁ ମଧ୍ୟ କିଛି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଓଡ଼ିଶାରୁ ଖୁବ କମ୍‌ କ୍ରିକେଟର ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଯେଉଁମାନେ ବି ଖେଳିଛନ୍ତି ବେଶି ସମୟ କ୍ରିକେଟକୁ ନିଜ କ୍ୟାରିୟର କରି ପାରିନାହାନ୍ତି। ତେବେ ଆସନ୍ତୁ ଜାଣିବା ଓଡ଼ିଶାରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ଖେଳାଳିଙ୍କ ବିଷୟରେ।

ଦେବାଶିଷ ମହାନ୍ତି

ଦେବାଶିଷ ମହାନ୍ତି ଟିମ୍‌ ଇଣ୍ଡିଆ ପକ୍ଷରୁ ଅନେକ ମ୍ୟାଚ ଖେଳିଛନ୍ତି। ସେ ୧୯୭୬ ମସିହା ଜୁଲାଇ ୨୦ ତାରିଖରେ ଭୁବନେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ। ସେ ଓଡ଼ିଶା ପକ୍ଷରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୯୭ ଜୁଲାଇ ୨୦ ତାରିଖରେ ପାକିସ୍ତାନ ବିପକ୍ଷରେ ନିଜ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ। ସେହି ବର୍ଷ ଅଗଷ୍ଟ ମାସରେ ଟେଷ୍ଟ ଡେବ୍ୟୁ ମଧ୍ୟ କରିଥିଲେ। ତାଙ୍କ କ୍ୟାରିୟର ମଧ୍ୟରେ ସେ ଟିମ୍‌ ଇଣ୍ଡିଆ ପାଇଁ ୨ଟି ଟେଷ୍ଟ ଓ ୪୫ ଦିନିକିଆ ମ୍ୟାଚ ଖେଳିଥିଲେ। ସେହିପରି ଟେଷ୍ଟରେ ୪ଟି ଓ୍ଵିକେଟ ନେଇଥିବା ବେଳେ ଦିନିକିଆରେ ୫୭ଟି ଓ୍ଵିକେଟ ନେଇଥିଲେ।

ଶିବ ସୁନ୍ଦର ଦାସ

ଶିବ ସୁନ୍ଦର ଦାସ ମଧ୍ୟ ଟିମ୍‌ ଇଣ୍ଡିଆ ପାଇଁ ଅନେକ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଦିନିକିଆ ମ୍ୟାଚରେ ତାଙ୍କ ଅବଦାନ ଖୁବ କମ୍‌। ସେ ୨୦୦୦ ମସିହା ନଭେମ୍ଵର ୧୦ ତାରିଖରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଡେବ୍ୟ କରିଥିଲେ। ସେହିପରି ୫ ଅକ୍ଟୋବର ୨୦୦୧ରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ମୋଟ୍‌ ୨୩ଟି ଟେଷ୍ଟ ଓ ୪ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହା ମଧ୍ୟରେ ସେ ଟେଷ୍ଟରେ ୨ ଶତକ ଓ ୯ଟି ଅର୍ଦ୍ଧଶତକ କରିଥିଲେ।

ପ୍ରଜ୍ଞାନ ଓଝା

୫ ସେପ୍ଟେମ୍ଵର ୧୯୮୬ ମସିହା ଭୁବନେଶ୍ଵରରେ ପ୍ରଜ୍ଞାନ ଓଝାଙ୍କ ଜନ୍ମ। ସେ ୧୦ ବର୍ଷ ବୟସରେ ସହିଦ ସ୍ପୋର୍ଟିଂ କ୍ଲବ ଭୁବନେଶ୍ଵରରେ କ୍ରିକେଟ ଅଭ୍ୟାସ କରିଥିଲେ। ପରେ ନିଜ ପଠା ପଢ଼ିବା ସହ ହାଇଦ୍ରାବାଦ ଚାଲିଯାଇଥିଲେ। ସେଠାରେ କ୍ରିକେଟକୁ ନିଜ କ୍ୟାରିୟର କରିବା ସହ ଟି ବିଜୟ ପାଉଲଙ୍କଠାରୁ କୋଚିଂ ନେଇଥିଲେ। ପରେ ସେ ହାଇଦ୍ରାବାଦ ପକ୍ଷରୁ ଘରୋଇ ମ୍ୟାଚ ଖେଳିଥିଲେ। ସେଠାରୁ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଚୟନ ହୋଇଥିଲେ। ସେ ୨୮ ଜୁନ୍‌ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ପରେ ୨୦୦୯ ନେଭେମ୍ଵର ୨୪ରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଟେଷ୍ଟ, ୧୮ ଦିନିକିଆ ଓ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି।  ଟେଷ୍ଟରେ ୧୧୩ ଓ୍ଵିକେଟ, ଦିନିକିଆରେ ୨୧ ଓ ଟି-୨୦ରେ ୧୦ଟି ଓ୍ଵିକେଟ ନେଇଛନ୍ତି। ଆଇପିଏଲରେ ସେ ଡେକାନ ଚାଜର୍ସ ଓ ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଖେଳିଛନ୍ତି।

ସଞ୍ଜୟ ରାଉଳ

ସଞ୍ଜୟ ରାଉଳ ଏମିତି ଏକ ଓଡ଼ିଆ କ୍ରିକେଟର ଯିଏକି ଟିମ୍‌ ଇଣ୍ଡିଆ ପାଇଁ ଖୁବ କମ୍‌ ମ୍ୟାଚ ଖେଳିଛନ୍ତି। ସେ ୧୯୭୬ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ। ସେ ପାକିସ୍ତାନ ବିପକ୍ଷରେ ଭାରତୀୟ ଏ ଦଳରେ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ମାତ୍ର ୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି।

Comment