ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। ସେହିପରି ଏବେ ୩୦୩ ଜଣ ସକ୍ରିୟ ରହିଛନ୍ତି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୁସ୍ଥ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ର ୭, ଖୋର୍ଦ୍ଧା ଜିଲ୍ଲାର ୫, ଭଦ୍ରକର ୩ ଓ ବାଲେଶ୍ଵର ଜିଲ୍ଲାର ୨ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ସୁନ୍ଦରଗଡ଼ରେ ମୋଟ୍‌ ୧୪ ଆକ୍ରାନ୍ତରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ମୋଟ୍‌ ୩୭, ବାଲେଶ୍ଵରରେ ୧୧, ଭଦ୍ରକରେ ୧୫ ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ୩୯୧ କରୋନା ଆକ୍ରାନ୍ତ ରହିଥିବା ବେଳେ ୮୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୦୩ ସକ୍ରିୟ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

Comment