ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨,୨୦୬କୁ ବୃଦ୍ଧି ହୋଇଛି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୪ ଜଣ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ପୂର୍ବ ଅପେକ୍ଷା ଦେଶରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏଯାଏଁ ୨୦,୯୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଦେଶରେ ମୃତ୍ୟୁ ହାରଠାରୁ ସୁସ୍ଥ ହାର ମଧ୍ୟ ଅଧିକ ରହିଛି। ସେହିପରି ୪୪,୦୨୯ ଆକ୍ରାନ୍ତ ଦେଶରେ ସକ୍ରିୟ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୧୭୧ କରୋନା ଆକ୍ରାନ୍ତ ରହିଥିବା ବେଳେ ୮୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ ୪୯୩, ମଧ୍ୟପ୍ରଦେଶରେ ୨୧୫, ପଶ୍ଚିମବଙ୍ଗରେ ୧୮୫ ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ଲକ୍‌ଡାଉନ୍‌ କରାଯାଇଛି। ମେ’ ୧୭ ତାରିଖ ଯାଏଁ ଦେଶରେ ଲକ୍‌ଡାଉନ୍‌ ରହିବ। ଲକ୍‌ଡାଉନ୍‌ ଆଗକୁ ବଢ଼ିବ କି ନାହିଁ ସେନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ।

Comment