ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ୪ରୁ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ବାହାରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛନ୍ତି ୩୩୦୨ ଜଣ।
କରୋନା ସଙ୍କଟ ପାଇଁ ସାରା ଦେଶ ଲକ୍ଡାଉନ୍ ଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ଫେରୁଛନ୍ତି। ଏହିକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ମଧ୍ୟ ବାହାର ରାଜ୍ୟରୁ ଲୋକମାନେ ଆସୁଛନ୍ତି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାକୁ ୧୮୧୦ ଜଣ ଲୋକ ଆସିଥିବା ଜଣାପଡ଼ିଛି।
ସେଥିମଧ୍ୟରେ କେନ୍ଦ୍ରାପଡା ବ୍ଲକକୁ ୩୧୮ ଜଣ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ବ୍ଲକକୁ ୧୦୪ ଜଣ, ମହାକାଳପଡ଼ାକୁ ୧୧୧ ଜଣ, ମାର୍ଶାଘାଇ ୨୪୪ ଜଣ, ରାଜନଗର ୨୦୨ ଜଣ, ରାଜକନିକା ୧୭୦ ଜଣ, ଆଳି ୧୫୬ ଜଣ, ଡେରାବିଶ ୩୩୮ ଜଣ , ଗରଦପୁର ୫୪ ଜଣ ଜିଲ୍ଲାରେ ପହଞ୍ଚିଛନ୍ତି। କେନ୍ଦ୍ରାପଡା ପୌରାଞ୍ଚଳରେ କୌଣସି ଲୋକ ଆସି ନାହାନ୍ତି ବୋଲି ସୂଚନା ମିଳିଛି।
କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଜିଲ୍ଲାବାସୀଙ୍କ ପାଇଁ ସାରା ଜିଲ୍ଲାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ଓ ଶଯ୍ୟା ବୃଦ୍ଧି କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱ ଦେଇଛନ୍ତ।
ବର୍ତ୍ତମାନସୁଦ୍ଧା ଜିଲ୍ଲାର ସମସ୍ତ ୨୪୯ଟି ପଞ୍ଚାୟତରେ ୧୧୧୯ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇ ୪୬,୭୮୧ ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ଦୁଇଟି ପୌରାଞ୍ଚଳରେ ୩୦ଟି ଅସ୍ଥାୟୀ ଡାକ୍ତରଖାନା ଖୋଲାଯାଇ ୧୭୨୦ ଟି ଶଯ୍ୟା ପ୍ରସ୍ତୁତ ସରିଛି। ମେ’ ମାସ ୪ରୁ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ବାହାରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛନ୍ତି ୩୩୦୨ ଜଣ।








ମେ’ ୪ରୁ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ବାହାରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛନ୍ତି ୩୩୦୨ ଜଣ।






