ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯେତେବେଳେ ରାବଣ ଚରିତ୍ର କଥା ଆସେ ସେତେବେଳେ ରାମାୟଣ ସିରିଏଲର ରାବଣ ଅରବିନ୍ଦ ତ୍ରିବେଦୀଙ୍କ ଚେହେରା ମନକୁ ଆସେ।  ତେବେ ତାଙ୍କ ସହ ଜଡ଼ିତ ଏକ ବିଶେଷ କଥା ଜାଣନ୍ତୁ।

ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ଅରବିନ୍ଦ ତ୍ରିବେଦୀ। ଏହି ଚରିତ୍ର ସିନା ତାଙ୍କୁ ପରିଚୟ ଦେଇଥିଲା କିନ୍ତୁ ଏଥିପାଇଁ ତାଙ୍କୁ ଦର୍ଶକଙ୍କ ଘୃଣା ମଧ୍ୟ ସହିବାକୁ ପଡ଼ିଥିଲା। କାରଣ ଲୋକେ ତାଙ୍କ ଅଭିନୟକୁ ବାସ୍ତବତା ଭାବେ ଗ୍ରହଣ କରିନେଇଥିଲେ। ହେଲେ ଅରବିନ୍ଦ ତ୍ରିବେଦୀ ବାସ୍ତବ ଜୀବନରେ ପ୍ରଭୁ ରାମଙ୍କର ଜଣେ ବଡ଼ ଭକ୍ତ। ସେ ଏହି ସୋ’ରେ ରାବଣ ଭୂମିକା କରିବାକୁ ଚାହୁଁନଥିଲେ।

ସେ କୈବର୍ତ୍ତ ଭୂମିକା ପାଇଁ ଅଡିସନ ଦେବାକୁ ଯାଇଥିଲେ। ଯିଏ ରାମ ସୀତାଙ୍କୁ ଗଙ୍ଗା ପାର୍‌ କରାଇଥିଲେ। କିନ୍ତୁ ତାଙ୍କୁ ସେଠାରେ ରାବଣ ଭୂମିକା ପାଇଁ ଅଡିସନ ଦେବାକୁ କୁହାଯାଇଥିଲା। ଶେଷରେ ସେ ଏହି ଭୂମିକା କରିଥିଲେ।

ଏକ ସାକ୍ଷାତକାରରେ ଅରବିନ୍ଦ କହିଥିଲେ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ କଷ୍ଟକର ଥିଲା।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ ଯେତେବେଳେ ସୁଟିଂ ସେଟକୁ ଯାଉଥିଲେ ଯେତେବେଳେ ପୂରା ଉପବାସ ରହୁଥିଲେ। ସୁଟିଂ ଶେଷ ହେବା ପରେ ସେ କିଛି ଖାଉଥିଲେ। ରାମାୟଣର ସୁଟିଂ ସେଟ୍‌ରେ ଯିବା ପୂର୍ବରୁ ପ୍ରଭୁ ରାମଙ୍କୁ ପୂଜା କରୁଥିଲେ ଏବଂ ତାଙ୍କୁ କ୍ଷମା ମାଗୁଥିଲେ।

LEAVE A REPLY

Please enter your comment!
Please enter your name here