ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଗୋଟିଏ ଖବର ଏବେ ସମସ୍ତଙ୍କ ପାଇଁ ଚିନ୍ତା ନେଇଆସିଛି। ଦେଶର ୧୧୪ ଜଣ ସିଆଇଏସ୍ଏଫ୍ ଯବାନ କରୋନାରେ ସଂକ୍ରମିତ ହୋଇପଡ଼ିଛନ୍ତି।

ଏହି ଯବାନଙ୍କ ମଧ୍ୟରୁ ଦିଲ୍ଲୀର ୩୧ଜଣ ହୋଇଥିବାବେଳେ ଗ୍ରେଟର ନୋଏଡାର ୨ଜଣ, ମୁମ୍ବାଇର ୩୨ ଓ କୋଲକାତାର ୩୯ ଓ ଅହମ୍ମଦାବାଦର ୫ ଜଣ ବୋଲି ଜଣାପଡ଼ିଛନ୍ତି। ସେମାନଙ୍କର ବର୍ତ୍ତମାନ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ତାଙ୍କର ପରିବାରକୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି।

ଅନ୍ୟପଟେ ମୁମ୍ବାଇରେ ପୋଲିସ୍ କର୍ମୀଙ୍କ ପାଖରେ ମଧ୍ୟ କରୋନା ପହଞ୍ଚିଯାଇଛି। ମୁମ୍ବାଇର ଶତାଧିକ ପୋଲିସ୍ କର୍ମଚାରୀ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଛି।

ଦେଶରେ ବର୍ତ୍ତମାନ ୭୪ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୪୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ବି ୪୭ ହଜାର ୪୮୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

Comment