ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ତେବେ ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହା ଓଡ଼ିଶା ଉପକୂଳ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ଏହାପରେ ୨୦ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁପାରେ। ଶନିବାର ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା।

ଏସ୍ଆରସିଙ୍କ କହିବା ମୁତାବକ ଏବେ ସମୁଦ୍ର ମଧ୍ୟରେ ବାତ୍ୟା ଅମ୍ଫାନ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ। ତେବେ ଓଡ଼ିଶା ପ୍ରତି ଏହାର କେତେ ପ୍ରଭାବ ରହିବ ସେନେଇ ଖୁବଶୀଘ୍ର ଖବର ମିଳିବ ବୋଲି ଏସଆରସି କହିଛନ୍ତି।

ବାତ୍ୟା ଅମ୍ଫାନ କାରଣରୁ ଉପକୂଳ ଓ ଉତ୍ତର ଓଡ଼ିଶାର ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମକୁ ମଧ୍ୟ ସଜାଗ ରହିବାକୁ ଏସଆରସି ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗର ସୂଚନା ଅନୁସାରେ ୧୮ ଓ ୧୯ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ଦୁଇ ତାରିଖ ମଧ୍ୟରେ ବାତ୍ୟାଟି ଓଡ଼ିଶା ଉପକୂଳ ଦେଇ ଗତି କରିବ। ଏହାର ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ପବନ ହେବ ବୋଲି କୁହାଯାଇଛି।

Comment