ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ଅମ୍ଫନ୍‌। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍‌ ଅପ୍‌ଡେଟ୍‌ରୁ…

  • ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ପନ।
  • ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ଭୟଙ୍କର ରୂପ ନେବ।
  • ଏବେ ପାରାଦୀପଠାରୁ ଦକ୍ଷିଣରେ ୯୬୦ କିଲୋମିଟର ଦୂରରେ ଅଛି ବାତ୍ୟା ଅମ୍ପନ।
  • ଦୀଘାଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୫୦ କିଲୋମିଟର ଦୂରରେ ରହିଛି।
  • ଶେଷ ୬ ଘଣ୍ଟାରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅମ୍ପନ।
  • ପରବର୍ତ୍ତା ୨୪ ଘଣ୍ଟାରେ ଉତ୍ତର ମୁହାଁ ହୋଇ ବାତ୍ୟା ଅମ୍ପନ ଗତି କରିବ।
  • ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ।
  • ଦୀଘାଠାରୁ ଓ ହାଟିଆ ଦ୍ଵୀପ ମଝିରେ ଉପକୂଳ ଛୁଇଁବ ଅମ୍ପନ।
  • ମେ ୨୦ ତାରିଖ ଅପରାହଣରେ ବାତ୍ୟାଟି ସ୍ଥଳଭାଗ ଛୁଇଁବ।
  • ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।

  • ୧୯ରୁ ଉତ୍ତର- ପୂର୍ବ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା।
  • ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
  • କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବ।
  • ଆବଶ୍ୟକ ପଡ଼ିଲେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
  • ଖାଦ୍ୟ ସାମଗ୍ରୀକୁ ନେଇ ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ନିତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି – ଏସଆରସି ପ୍ରଦୀପ ଜେନା
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଡଙ୍ଗାକୁ ଭଲକରି ବାନ୍ଧି ରଖିବାକୁ ନିର୍ଦ୍ଦେଶ।

Comment