ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ୨୧ ଜିଲ୍ଲାକୁ ସଂକ୍ରମିତ କରିସାରିବା ପରେ ଏବେ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ରବିବାର ଏଠାରେ ଜଣେ ଅହମ୍ମଦାବାଦରୁ ଫେରିଥିବା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରବିବାର ରାଜ୍ୟରେ ଆଉ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ସମ୍ବଲପୁର ଜିଲ୍ଲାର ଜଣେ ପଜିଟିଭ୍ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି। ଏହି ଯୁବକ ଜଣକର ବୟସ ୧୮ ବର୍ଷ ସହିତ ସେ ନିକଟରେ ଅହମ୍ମଦାବାଦରୁ ଫେରିଥିଲେ ବୋଲି ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ରାଜ୍ୟରେ ଏଥିସହ ୨୨ ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ଓଡ଼ିଶାରେ ସମୁଦାୟ ୮୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୬୨୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

Comment