ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ ମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା। ସୋମବାର ଜିଲ୍ଲାର ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଜଗତସିଂହପୁର ଜିଲ୍ଲାରେ ସମୁଦାୟ ୫ ଜଣ ଲୋକ କରୋନା ସଂକ୍ରମିତ ହୋଇଥିଲେ। ସୋମବାର ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଯାଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜଗତସିଂହପୁର ଜିଲ୍ଲାର ୫ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି।

Comment