ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣର ଭୟ ଯାଇନଥିବା କାରଣରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନକୁ ବଢ଼ାଇ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କ’ଣ ସବୁ ରହିଛି ଆସନ୍ତୁ ଦେଖିବା…

  • ଦେଶର ଆର୍ଥିକ ଗତିବିଧିକୁ ଚାଲୁ ରଖିବା ପାଇଁ କିଛି ସର୍ତ୍ତ ସହିତ ଢେର୍ ପରିମାଣରେ ଢିଲା ଦିଆଯାଇଛି।
  • କର୍ମଚାରୀମାନେ ଏଣିକି ଅଫିସ ଯାଇପାରିବେ। କାରଖାନା ବି ଖୋଲା ଯାଇପାରିବ। ତେବେ ଯେତେଦୂର ସମ୍ଭବ ୱାର୍କ ଫ୍ରମ୍ ହୋମ୍ ବା ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି।
  • କାର୍ଯ୍ୟସ୍ଥଳ ପ୍ରବେଶ ଦ୍ୱାରରେ ଓ ପ୍ରସ୍ଥାନ ସମୟରେ ଶ୍ରମିକ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।
  • ସେହିଭଳି ହ୍ୟାଣ୍ଡ ସାନିଟାଇଜେସନ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ରହିବ।
  • ପୂରା କାମ ଜାଗାକୁ ନିୟମିତ ଭାବରେ ସାନିଟାଇଜ କରାଯିବ।
  • କର୍ମଚାରୀଙ୍କ ଭିତରେ ଶାରୀରିକ ଦୂରତା ବଜାୟ ରଖିବାକୁ କେନ୍ଦ୍ର ନିର୍ଦ୍ଦେଶାବଳୀରେ କୁହାଯାଇଛି।
  • ସିଫ୍ଟ ବଦଳିବା ଓ ଲଞ୍ଚ ବ୍ରେକ ମଧ୍ୟରେ  ବି ଆବଶ୍ୟକୀୟ ଗ୍ୟାପ୍ ରହିବ।
  • ସବୁ ଦୋକାନୀଙ୍କ ଦାୟିତ୍ୱ ହେବ ଗ୍ରାହକ ଯେମିତି ଛଅ ଫୁଟ ଦୂରରେ ଛିଡ଼ା ହେବେ।ଗୋଟିଏ ସମୟରେ ପାଞ୍ଚ ଜଣରୁ ଅଧିକ ଗ୍ରାହକ ଠିଆ ହେବେ ନାହିଁ।
  • ନିଷିଦ୍ଧ କ୍ଷେତ୍ରରେ ଥିବା ଦୋକାନ ଓ ବଜାର ଅଲଗା ଅଲଗା ସମୟରେ ଖୋଲିବା ନିର୍ଦ୍ଦେଶ ସ୍ଥାନୀୟ ପ୍ରଶାସନ ଦେବେ।ସୋମବାର ଠାରୁ ଏହା କାର୍ଯ୍ୟକାରୀ ହେବ।
  • ରାଜ୍ୟ ରାଜ୍ୟ ଭିତରେ ବସ ଚାଲିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଭିତରେ ଆଲୋଚନା ଭିତ୍ତିରେ ହେବ।
  • କଣ୍ଟେନମେଣ୍ଟ ଜୋନରେ କୌଣସି ରିହାତି ନାହିଁ।
  • ଅଟୋ,ଟାକ୍ସି ଓ ବାଇକ ଚାଲିପାରିବ ପୂର୍ବ କଟକଣା ସହ।

Comment