ଓଡ଼ିଶାଲାଇଭ୍ ବ୍ୟୁରୋ

କତାରରେ କରୋନାକୁ ନେଇ ଏକ କଡ଼ା ନିୟମ ଲାଗୁ ହୋଇଛି। ଏଠି ମାସ୍କ ନପିନ୍ଧିଲେ ୩ ବର୍ଷ ଜେଲ ଦଣ୍ଡ ଘୋଷଣା ହୋଇଛି।

କରୋନା ଭାଇରସ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ପଦକ୍ଷେପ ନିଆଯାଉଛି। ଏହି ବିଶ୍ୱ ମହାମାରୀକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଥିବାବେଳେ କେତେକ ଦେଶ କରୋନା ପାଇଁ କଡ଼ା ଆଇନ ଆଣିଛନ୍ତି।

ସେମିତି ଏକ ଦେଶ ହେଉଛି କତାର। ଏହି ଦେଶରେ ମାସ୍କ ପାଇଁ ଏକ କଠୋର ନିୟମ ଲାଗୁ କରାଯାଇଛି। ଯେଉଁମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରୁନଥିବେ ସେମାନଙ୍କ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଘୋଷଣା କରାଯାଇଛି। ଏହାସହ ୫୫ ହଜାର ଡଲାର ଜରିମାନା ମଧ୍ୟ ଘୋଷଣା ହୋଇଛି। ଏହା ବର୍ତ୍ତମାନ କରୋନା ସମ୍ବନ୍ଧରେ ଦୁନିଆର ସବୁଠାରୁ କଠୋର ନିୟମ ପାଲଟିଛି।

କତାରରେ ଏପର୍ଯ୍ୟନ୍ତ ୩୦, ୦୦୦ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ୧୫ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ବିସ୍ତାରକୁ ରୋକିବା ପାଇଁ ୫୦ଟି ଦେଶରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ଅନେକ ଦେଶରେ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି।

Comment