ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି ମହାବାତ୍ୟା ଅମ୍ପନ। କାଲି ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା। ଏବେ ବାତ୍ୟା ପାରାଦୀପଠାରୁ ୩୫୦ କିଲୋମିଟର ଓ ଦୀଘାଠାରୁ ୫୧୦ କିଲୋମିଟର ଦୂରରେ ରହିଛି। ଏନେଇ ତାଜା ଅପଡେଟ୍‌ ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

ବର୍ତ୍ତମାନ ଏହା ଦୀଘାଠାରୁ ୫୧୦ କିଲୋମିଟର ଦୂରରେ ରହିଛି। ପଶ୍ଚିମବଙ୍ଗର ସୁନ୍ଦରବନରେ ଏହା କାଲି ଅପରାହ୍‌ଣରେ ଲ୍ୟାଣ୍ଡଫଲ୍‌ କରିପାରେ। ଲ୍ୟାଣ୍ଡଫଲ୍‌ କଲା ବେଳେ ପବନର ବେଗ ୧୬୫ରୁ ୧୮୫ କିଲୋମିଟର ରହିବ।

ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ପବନ ଆରମ୍ଭ ହୋଇଛି। ୨୦ ତାରିଖ ସକାଳୁ ପବନ ବେଗ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବାଲେଶ୍ଵରର ଭୋଗରାଇ ଓ ତାଲସାରି ଅଞ୍ଚଳରେ ପବନ ବେଗ ୧୦୦ରୁ ୧୨୫ କିଲୋମିଟର ଯାଏଁ ରହିବ। କାଲି ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା।

ରାଜ୍ୟରେ ଆଜି ରାତିରେ ମଧ୍ୟ ବର୍ଷା ଜାରି ରହିବ। ପବନ ମଧ୍ୟ ବହିବ। ଏହି ସମୟରେ ପବନ ବେଗ ମଧ୍ୟ ବଢ଼ିବ।

ଦିନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ପବନର ବେଗ ଜାରି ରହିବ ବୋଲି ଆକଳନ କରାଯାଉଛି। ବୁଲ୍‌ବୁଲ୍‌ ଯେଉଁଯେଉଁ ଅଞ୍ଚଳରେ ପ୍ରଭାବ ପକାଇଥିଲା ଅମ୍ପନ ମଧ୍ୟ ସେହି ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି। ହେଲେ ବୁଲ୍‌ବୁଲ୍‌ଠାରୁ ଏହାର ପ୍ରଭାବ ଅଧିକ ରହିବ।

ଅମ୍ପାନକୁ ଲକ୍ଷ୍ୟ ରଖି ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଆଜି ରାତିରୁ ହଠାତ ପବନର ବେଗ ବଢ଼ିପାରେ ତଣେ ଆଜି ରାତି ସତର୍କ ରହିବାକୁ ପଡ଼ିବ ବୋଲି ଏସ୍‌ଆରସି କହିଛନ୍ତି। ଏହାସହ ଉଦ୍ଧାର ପାଇଁ ଓଡ୍ରାଫ୍‌ ଟିମ୍‌ ମଧ୍ୟ ମୁତୟନ କରାଯାଇଛି।

Comment