ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼  ଅମ୍ପନ ଏବେ ଉଗ୍ରରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଏବେ ଏହା ପାରାଦୀପଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମବଙ୍ଗଠାରୁ ୩୨୦ କିଲୋମିଟର, ବଂଲାଦେଶଠାରୁ  ୪୮୦ କିଲୋମିଟର ଦୂରରେ ରହିଛି ଅମ୍ପନ।

ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅମ୍ପନ। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ବୁଧବାର ଅପରାହ୍‌ଣ ବା ସନ୍ଧ୍ୟା ଭିତରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ଅମ୍ପନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଚି। ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୬୫ରୁ ୧୮୫ କିଲୋମିଟର ରହିପାରେ। ଅନ୍ୟପକ୍ଷରେ ଅମ୍ପନ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଓଡ଼ିଶା ଉପକୂଳରେ ପବନର ବେଗ ମଧ୍ୟ ବଢ଼ିଛି।

Comment