ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଶି, ତୁଳସୀ, ସୂର୍ଯ୍ୟମୁଖୀ ପରି କିଛି ମଞ୍ଜିକୁ ନିୟମିତ ସେବନ କଲେ କେବଳ ଯେ ଆମ ଶରୀରକୁ ସୁସ୍ଥ ରହେ ତା’ ନୁହେଁ, ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବି ବାହାର କରିଦିଏ। ତେଣୁ ଏଗୁଡ଼ିକୁ ହେଲଥ ସୁପରସିଡ୍ସ ବୋଲି କୁହାଯାଏ।

ସୂର୍ଯ୍ୟମୁଖୀ: ସୂର୍ଯ୍ୟମୁଖୀ ମଞ୍ଜିରୁ ପ୍ରସ୍ତୁତ ତେଲକୁ ନିୟମିତ ଭାବେ ଖାଦ୍ୟରେ ବ୍ୟବହାର କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଭିଟାମିନ ଇରେ ଭରପୁର ହୋଇଥିବାବେଳେ ୱାର୍କଆଉଟ ପରେ ହେଉଥିବା ଥକ୍କାପଣକୁ ଦୂରକରେ।

ରାଶି: ରାଶିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହୁଥିବାରୁ ହାଡ଼ ପାଇଁ ଏହା ଖୁବ୍ ଉପକାରୀ। କେବଳ ସେତିକି ନୁହେଁ, ମାଂସପେଶୀକୁ ସୂଚାରୁ ଭାବେ କାମ କରିବା ଲାଗି ବି ଏହା ସହାୟତା କରେ। ଏହାଛଡ଼ା ଶରୀରରେ ଶକ୍ତିବୃଦ୍ଧି କରିଥାଏ। ତେଣୁ ମାନସିକ ଅବସାଦ ଭୋଗୁଥିବା ରୋଗୀମାନଙ୍କ ପାଇଁ ନିୟମିତ ଭାବେ ରାଶିକୁ ଖାଦ୍ୟରେ ସାମିଲ କରିବା ଜରୁରୀ। ରାଶିକୁ ଆପଣ ତେଲ ଭାବରେ କିମ୍ବା ଲଡୁ କରି କିମ୍ବା ଛାଣିବା ଲାଗି ବ୍ୟବହାର କରିପାରିବେ।

କଖାରୁ ମଞ୍ଜି: କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ, ଜିଙ୍କ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ। ଏହା ଟାଇପ୍‌-୨ ମଧୁମେହ ରୋଗରୁ ରକ୍ଷା କରିଥାଏ। ହୃଦୟ ଏବଂ ଯକୃତ ପାଇଁ ଏହା ଖୁବ୍ ଉପକାରୀ। ଅନିଦ୍ରା ଜନିତ ସମସ୍ୟା ଭୋଗୁଥିବା ଲୋକମାନେ ନିୟମିତ ଭାବେ କଖାରୁ ମଞ୍ଜି ଖାଇଲେ ଉପକାର ମିଳିପାରିବ।

ତୁଳସୀ: ତୁଳସୀର ମଞ୍ଜି ଫାଇବରର ଏକ ଭଲ ସ୍ରୋତ। ଏଥିରେ ଥିବା ଫାଇବର ଖାଦ୍ୟକୁ ହଜମ କରିବାରେ ସହାୟତା କରିଥାଏ। ଏହାଛଡ଼ା ଭୋକ ଏବଂ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣରେ ରଖିବାକୁ ଏହା ସହାୟକ ହୁଏ।

ଜଡ଼ା: ଜଡ଼ା ମଞ୍ଜିରେ କାର୍ବୋହାଇଡ୍ରେଟ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଥାଏ। ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରିବାରେ ଏହା ସାହାଯ୍ୟ କରେ। ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଜଡ଼ା ତେଲର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ପ୍ରୋଟିନ ଓ ଓମେଗା-୩ ଫ୍ୟାଟି ଏସିଡର ଏକ ଭଲ ସ୍ରୋତ। ଜଡ଼ା ମଞ୍ଜିରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଥିବାରୁ ଏହା ଆମ ଶରୀରରେ କ୍ଷତିଗ୍ରସ୍ତ କୋଷିକାଗୁଡ଼ିକର ମରାମତି ପାଇଁ ସହାୟକ ହୋଇଥାଏ।

Comment