ଓଡ଼ିଶାଲାଇଭ୍ ବ୍ୟୁରୋ

ସୂର୍ଯ୍ୟମନ୍ଦିର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଅର୍ଜନ କରିଥିବା କୋଣାର୍କ ସହର ହେବ ସୌରଚାଳିତ। କୋଣାର୍କ ସୂର୍ଯ୍ୟମନ୍ଦିର ସହ ପୂରା ସହରକୁ ଶତ ପ୍ରତିଶତ ସୌରଚାଳିତ କରିବାକୁ ଯୋଜନା କରିଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଏହି କାର୍ଯ୍ୟ କରିବ। ଏଥିପାଇଁ ମୋଟ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ଲକ୍ଷ୍ୟ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହାଫଳରେ ପ୍ରାଚୀନ ସୂର୍ଯ୍ୟମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏକ ସମ୍ୱନୟ ଘଟିବ ବୋଲି କୁହାଯାଇଛି।

ଏହି ଯୋଜନାରେ ୧୦ ମେଗାୱାଟ ସଂଯୁକ୍ତ ସୌର ପ୍ରକଳ୍ପ ଓ ବିଭିନ୍ନ ଅଫ୍ ଗ୍ରୀଡ୍ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦି ସ୍ଥାପନ କରାଯିବ। ତେବେ ଏହି ପ୍ରକଳ୍ପ କେବେ ଶେଷ ହେବ ସେନେଇ ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ।

Comment