ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ତର୍ଜାତିକ ସହାୟତା ସଂସ୍ଥା ଅକ୍ସଫାମ ପକ୍ଷରୁ ବିଭିନ୍ନ ଦେଶରେ ଥିବା ତାର ୧୮ଟି କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। କରୋନା ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବାରୁ ସଂସ୍ଥା ଏହି ନିଷ୍ପତ୍ତି ନେଇଛି। ଏହି ୧୮ଟି ଦେଶର କାର୍ଯ୍ୟାଳୟ ଯଦି ବନ୍ଦ କରାଯାଏ ତେବେ ପ୍ରାୟ ୧୫୦୦ ଲୋକ ଚାକିରି ହରାଇବେ।

ଏହିକ୍ଷଣି ଅକ୍ସଫାମର ୬୬ଟି ଦେଶରେ କାର୍ଯ୍ୟକ୍ରମ ଚାଲିଛି। ସମଗ୍ର ବିଶ୍ୱରେ ଏହି ସଂସ୍ଥାର ୨୦ଟି ଆଫିଲିଏଟ ଅଫିସ ଦ୍ୱାରା କାର୍ଯ୍ୟ ତଦାରଖ କରାଯାଇଥାଏ। ମହାମାରୀ ଯୋଗୁଁ ସମ୍ବଳ ହ୍ରାସ ପାଇଥିବାରୁ ସଂସ୍ଥାର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିଲା ବୋଲି ସଂସ୍ଥା କହିଛି।

ଯେଉଁ ସବୁ ଦେଶରୁ ଅକ୍ସଫାମ ବିଦାୟ ନେବ ସେହି ତାଲିକାରେ ଆଫଗାନିସ୍ତାନ, ଇଜିପ୍ଟ, ରୁଆଣ୍ଡା, ସୁଦାନ ଓ ତାଞ୍ଜାନିଆ ପ୍ରଭୃତି ଦେଶ ଅଛନ୍ତି। ଏହା ଫଳରେ ମୋଟ ୧୫୦୦ ଅଫିସର ଛଟେଇ ହେବେ। ଏହି ନିଷ୍ପତ୍ତି ପରେ ଅକ୍ସଫାମର କାର୍ଯ୍ୟ କେବଳ ୪୮ ଦେଶରେ ହିଁ ସୀମିତ ରହିବ।

Comment