ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ। ଗୁରୁବାର ବୋର୍ଡ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବା ପରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ।

ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ମାଟ୍ରିକ୍ ଖାତା ଦେଖା ହେବା ନେଇ ତାରିଖ ଘୋଷଣା ହେବ। ସମ୍ଭବତଃ ଆଜି କିମ୍ବା କାଲି ସୁଦ୍ଧା ଏନେଇ ତାରିଖ ଘୋଷଣା କରାଯିବ। ଖାତା ଦେଖା ସରିବା ପରେ ଯଥାଶୀଘ୍ର ପରୀକ୍ଷା ରେଜଲ୍ଟ ପ୍ରକାଶ କରିବାକୁ ବିଭାଗ ଓ ବୋର୍ଡ ଚେଷ୍ଟା ଜାରି ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।

ବାତ୍ୟା ଅମ୍ପନ କାରଣରୁ ମାଟ୍ରିକ ଖାତା ଦେଖା ତାରିଖ ଘୁଞ୍ଚିଛି। ତେଣୁ ଖୁବଶୀଘ୍ର ଖାତା ଦେଖା ଆରମ୍ଭ କରିବା ସହ ଜୁଲାଇ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Comment