ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାର ୨୪ ଜିଲ୍ଲାରେ ନିଜର କାୟା ବୃଦ୍ଧି କରିବା ପରେ ଏବେ ଆଉ ଦୁଇଟି ଜିଲ୍ଲାକୁ ଲମ୍ପ ମାରିଛି କରୋନା ଭାଇରସ। ଶନିବାର ପ୍ରଥମ କରି ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟର ୨୬ ଜିଲ୍ଲାକୁ ଏବେ କରୋନା ବ୍ୟାପିଛି।

ଶନିବାର ରାଜ୍ୟରେ ଆଉ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ନବରଙ୍ଗପୁରରୁ ଜଣେ  ଓ ଗଜପତି ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ଏହି ଆକ୍ରାନ୍ତମାନେ କେଉଁ ସ୍ଥାନରୁ ଆସିଥିଲେ। ଏବଂ କିଭଳି ସଂକ୍ରମିତ ହୋଇଛନ୍ତି ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ରାଜ୍ୟରେ ବର୍ତ୍ତମାନ ୨୬ ଟି ଜିଲ୍ଲାକୁ କରୋନା ସଂକ୍ରମିତ ହୋଇସାରିଛି। ରାଜ୍ୟରେ ମୋଟ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୩୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ସାତ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ଆକ୍ରାନ୍ତମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Comment