ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ୨ କରୋନା ପଜିଟିଭ୍। ଏନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ଟୁଇଟ୍ କରି ସୂଚନା ଦେଇଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ସାମିଲ ଅଛି। ମଙ୍ଗଳା ବଜାର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣକ ଜଣେ ଏକ ବର୍ଷର ଶିଶୁ କନ୍ୟା। ତାଙ୍କ ପରିବାର ଏବେ କ୍ୱାରେଣ୍ଟିନରେ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏଥିସହ ବ୍ରଜରାଜନଗର ଅଞ୍ଚଳରୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟିନରେ ଥିଲେ। ଏହାପରେ ତାଙ୍କର ରକ୍ତ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି।

Comment