ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଅନ୍‌ଲାଇନ୍‌ରେ ମିଳିବ ମଦ। ଓଡ଼ିଶା ଅବକାରୀ ନିୟମ-୨୦୧୭ ସଂଶୋଧନ ହେବା ପରେ ରାଜ୍ୟ ସରକାର ଏହି ଅନୁମତି ଦେଇଛନ୍ତି। ଆଜିଠାରୁ ଏହା ଲାଗୁ ହେବ। କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ମଦ ମିଳିବ ନାହିଁ।

ସବୁ ପ୍ରକାର ମଦ ଉପରେ କୋଭିଡ୍‌‌ ଫି’ ଲାଗିଛି। ଯେତିକି ଏମ୍‌ଆର୍‌ପି ଅଛି ସେଥିରେ ୫୦ ପ୍ରତିଶତ ଦର ବଢ଼ା ଯାଇଛି। ମଦରୁ ଯେଉଁ ରାଜସ୍ୱ ମିଳିବ ତାହାକୁ ରାଜ୍ୟ ସରକାର କରୋନା ମୁକାବିଲାରେ ଖର୍ଚ୍ଚ କରିବେ।

ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନୀମାନେ ମଦର ହୋମ୍‌ ଡେଲିଭରି କରିପାରିବେ। ଆବଶ୍ୟକ ପଡ଼ିଲେ ସେମାନେ ଫୁଡ୍‌ ହୋମ୍‌ ଡେଲିଭରି ସଂସ୍ଥା ସହ ଯୋଗସୂତ୍ର ରକ୍ଷା କରିପାରିବେ। ସବୁ ମଦର ମୂଲ୍ୟ ୱେବସାଇଟ୍‌ରେ ରହିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନଲାଇନରେ ମଦ ମିଳିପାରିବ।

Comment