ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବଦିନ ଭଳି ଆଜି ବି ତାତିରେ ସିଜିଛି ଓଡ଼ିଶା। ଆଜି ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବା ବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଟିଟିଲାଗଡ଼ରେ ତାପମାତ୍ରା ୪୫.୫ ଡିଗ୍ରୀ ରହିଥିଲା। ତା’ସହ ତାଳଚେରରେ ତାପମାତ୍ରା ୪୪.୯ ଡିଗ୍ରୀ, ବଲାଙ୍ଗିରରେ ୪୪.୮ ଡିଗ୍ରୀ , ଭବାନୀପାଟଣାରେ ୪୪.୬, ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା।

ଏଥିସହିତ ଅନୁଗୁଳ, ସମ୍ବଲପୁର, ହୀରାକୁଦ, ବୌଦ୍ଧ, ସୋନପୁର, ମାଲକାନଗିରି, ସୁନ୍ଦରଗଡ଼ ଓ ଫୁଲବାଣୀ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅନ୍ୟପଟେ ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comment