ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆହୁରି ୪ ଦିନ ଧରି ଗ୍ରୀଷ୍ମପ୍ରବାହ ଜାରି ରହିବ। ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ  ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ  ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅନୁଭୂତ ହେବ। ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଲାଙ୍ଗିର ସମେତ କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି ଓ ସମ୍ବଲପୁରରେ ଅଧିକ ଗରମ ଅନୁଭୂତ ହୋଇପାରେ ବୋଲି କୁହାଯାଇଛି।

ରବିବାର ମଧ୍ୟ ରାଜ୍ୟରେ ପ୍ରବଳ ଖରା ଦେଖିବାକୁ ମିଳିଥିଲା। ରାଜ୍ୟ ୧୪ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସହ ତାତି ଦେଖିବାକୁ ମିଳଥିଲା। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଗତକାଲି ଟିଟିଲାଗଡ଼ରେ ତାପମାତ୍ରା ୪୫.୮ ଡିଗ୍ରୀ ରହିଥିଲା।

Comment