ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ‘ଆଶିକ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅନୁ ଅଗ୍ରୱାଲ ବେଶ ସୁନାମ ଅର୍ଜନ କରିଥିଲେ। ସେହି ଫିଲ୍ମ ପାଇଁ ତାଙ୍କର ସଂଖ୍ୟାଧିକ ପ୍ରଂଶସକ ହୋଇଥିଲେ। ତେବେ ଏହି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବି କୌଣସି ଫିଲ୍ମଠାରୁ କମ୍ ନୁହେଁ।

ଅନୁ ଶେଷ ଥର ପାଇଁ ୧୯୯୬ରେ ଏକ ଫିଲ୍ମରେ କାମ କରିଥିଲେ। ତା’ ପରଠାରୁ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ପାଇ ନଥିଲେ ଦର୍ଶକ। ଅନୁ ଫିଲ୍ମ ଜଗତରୁ ଦୂରେଇ ଆଧ୍ୟାତ୍ମିକ ଆଡ଼କୁ ଢଳିଥିଲେ।

ଭାଗ୍ୟର ବିଡ଼ମ୍ବନା ଏମିତି ଥିଲା ଅନୁ ୧୯୯୯ ମସିହାରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲେ। ଏହାପରେ ତାଙ୍କ ଜୀବନ ଏକଦମ ବଦଳି ଯାଇଥିଲା। ଦୁର୍ଘଟଣା ପରେ ଅନୁ ୨୯ ଦିନ କୋମାରେ ରହିଥିଲେ।

ଏହି ଦୁର୍ଘଟଣା ଅନୁଙ୍କ ସ୍ମରଣ ଶକ୍ତିକୁ ଗଭୀର ପ୍ରଭାବିତ କରିଥିଲା। ଅନୁ ଏ ସମ୍ପର୍କରେ ତାଙ୍କ ପୁସ୍ତକରେ ବି ଲେଖିଛନ୍ତି। ତାଙ୍କ ପୁସ୍ତକର ନାମ ହେଲା “ଅନୟୁଜୁଆଲ”।

Comment