ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋରଧାରୁ ଦିଲ୍ଲୀପ କୁମାର ନାଇଡୁ): ନୟାଗଡ଼ ଜିଲ୍ଲା କରୋନା ହସ୍ପିଟାଲକୁ ଅଚାନକ ଗସ୍ତ କରି ସ୍ଥିତି ପରଖିଲେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାହୁ। ସେଠାରେ କିଭଳି ରୋଗୀମାନଙ୍କର ଚିକିତ୍ସା କରାଯାଉଛି ତାହା ବୁଝିବା ସହିତ ସେ ସେଠାକାର କୋଭିଡ୍ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି।

ଆଜି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାହୁ ନୟାଗଡ଼ଠାରେ ନିର୍ମାଣ ହୋଇଥିବା ୨ ଶହ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ପରିଦର୍ଶନ କରିଥିଲେ। ସେଠାରେ କରୋନା ସ୍ଥିତି ଯାଞ୍ଚ କରିବା ସହ ବିଭିନ୍ନ ୱାର୍ଡ ମଧ୍ୟ ବୁଲି ଦେଖିଥିଲେ।

ତାଙ୍କ ସହିତ ନୟାଗଡ଼ ଉପ-ଜିଲ୍ଲାପାଳ ଲଗ୍ନଜିତ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ୱେତ କୁମାର ମହାପାତ୍ର, ଚାନ୍ଦପୁର କୋଭିଡ୍ ହସ୍ପିଟାଲ ଅଧିକାରୀ ଡାକ୍ତର ବି ସୂର୍ଯ୍ୟ ରାଓ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ।

Comment