ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାସଙ୍କଟ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ଅକ୍ଟୋବର ୧୧ରୁ ଖେଳାଯିବ ଭାରତ ଏବଂ ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍। ଏନେଇ ଆଜି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଦିନ ଘୋଷଣା କରାଯାଇଛି।

ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏହି ସିରିଜର ଦିନ ଘୋଷଣା କରିଛି। ଏହି ସିରିଜରେ ଟିମ୍ ଇଣ୍ଡିଆ ତିନୋଟି ଟି-୨୦, ଚାରୋଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଟି-୨୦ ସିରିଜ୍ ଅକ୍ଟୋବର ୧୧ରୁ ଆରମ୍ଭ ହେଉଥିବାବେଳେ ଡିସେମ୍ବର ୩ରୁ ଟେଷ୍ଟ ଓ ଜାନୁଆରୀ ୧୨ରୁ ଦିନିକିଆ ସିରିଜ୍ ଖେଳାଯିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ଘୋଷଣା କରିଛି।

ଟି-୨୦ ସିରିଜ୍

  • ପ୍ରଥମ ଟି-୨୦ – ଅକ୍ଟୋବର ୧୧ – ବ୍ରିସବେନ୍
  • ଦ୍ୱିତୀୟ ଟି-୨୦ – ଅକ୍ଟୋବର ୧୪ – କାନବେରା
  • ତୃତୀୟ ଟି-୨୦ –ଅକ୍ଟୋବର ୧୭ – ଆଡିଲେଡ୍

ଟେଷ୍ଟ ସିରିଜ୍

  • ପ୍ରଥମ ଟେଷ୍ଟ – ଡିସେମ୍ବର ୩ – ବ୍ରିସବେନ୍
  • ଦ୍ୱିତୀୟ ଟେଷ୍ଟ – ଡିସେମ୍ବର ୧୧ – ଆଡିଲେଡ୍
  • ତୃତୀୟ ଟେଷ୍ଟ – ଡିସେମ୍ବର ୨୬ – ମେଲବୋର୍ଣ୍ଣ

ଦିନିକିଆ ସିରିଜ୍

  • ପ୍ରଥମ ଦିନିକିଆ – ଜାନୁଆରୀ ୧୨ – ପର୍ଥ
  • ଦ୍ୱିତୀୟ ଦିନିକିଆ – ଜାନୁଆରୀ ୧୫ – ଆଡିଲେଡ୍
  • ତୃତୀୟ ଦିନିକିଆ – ଜାନୁଆରୀ ୧୭ – ସିଡନୀ

Comment