ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଦୂରେଇବା ପାଇଁ ନରବଳି। ଏମିତି ଚାଞ୍ଚଲ୍ୟକର ଖବର ଆସିଛି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ। କରୋନା ଭୂତାଣୁକୁ ଦୂର କରିବା ପାଇଁ ଜଣେ ମନ୍ଦିର ପୂଜକ ନରବଳି ଦେଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ବନ୍ଧହୁଡା ଗାଁର ସରୋଜ ପ୍ରଧାନ। ପୂଜକକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ପୂଜକ ପୋଲିସ ଆଗରେ ସବୁ ସତ ଓଗାଳିଥିବା କୁହାଯାଉଛି।

କରୋନା ଭାଇରସ୍‌ ଦୂରେଇବା ପାଇଁ ପୂଜକ ସଂସାର ଓଝାଙ୍କୁ କୁଆଡ଼େ ସ୍ୱପ୍ନାଦେଶ ହୋଇଥିଲା। ଏଣୁ କରୋନା ଦୂରେଇବା ପାଇଁ ପୂଜାରୀ ମନ୍ଦିରରେ ଗତକାଲି ନିଶାର୍ଦ୍ଧ ରାତିରେ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା କୁହାଯାଉଛି। ପୋଲିସ ତଦନ୍ତ ଜାରି ରଖିଛି।

ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ ଲାଗି ପଠାଯାଇଛି। ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here