ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାତାର ଭାବରେ ତାତିରେ ସିଜୁଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି।

ଆଜି ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ସେଲିସିୟସ୍ ଥିବାବେଳେ ଏହା ପଛକୁ ବଲାଙ୍ଗିରରେ ୪୩.୮ ଡିଗ୍ରୀ, ଭବାନିପାଟଣାରେ ୪୩ ଡିଗ୍ରୀ, ମାଲକାନଗିରିରେ ୪୨.୫ ଡିଗ୍ରୀ, ସମ୍ବଲପୁରରେ ୪୨.୩ ଡିଗ୍ରୀ ଓ ସୋନପୁରରେ ୪୨.୨ ଡିଗ୍ରୀ ରହିଛି। ସହର ପ୍ରତିଟି ଅଞ୍ଚଳରେ ଟାଣ ଖରା ଅନୁଭବ ହେଉଥିବା ଦେଖିବାକୁ ମିଳିଛି।

ସେହିପରି ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ. ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ଫୁଲବାଣୀରେ ୪୦.୮ ଡିଗ୍ରୀ, ସୁନ୍ଦରଗଡରେ ୪୦.୫ ଡିଗ୍ରୀ ଓ ପାରଳାଖେମୁଣ୍ଡିରେ ତାପମାତ୍ରାରେ ୪୦ ଡିଗ୍ରୀ ରହିଥିଲା।

Comment