ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଅର୍ଥାତ ଆଉ ୩ ଦିନ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବ । ଏନେଇ ଏବେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସୂଚନା ଅନୁଯାୟୀ, ବାତ୍ୟା ଅମ୍ପାନ କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ଉପ ମହାଦେଶକୁ ଆସିବାକୁ ବାଧା ସୃଷ୍ଟି ହେଉଥିଲା। ହେଲେ ଏବେ ବାତ୍ୟା ଯିବା ପରେ ମୌସୁମୀ ବାୟୁ କେରଳ ମୁହାଁ ହୋଇଛି। ଜୁନ୍ ୧ ତାରିଖ ବେଳକୁ ଏହା କେରଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି।

ବଙ୍ଗୋପସାଗରରେ ରହିଥିବା ଘୃର୍ଣ୍ଣଝଡ଼ ହେବାକୁ ସ୍ଥଳଭାଗ ଆଡ଼କୁ ଟାଣିବାକୁ ସହାୟକ ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।

Comment