ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଅଦିନିଆ ବର୍ଷାରେ ବେହାଲ ହେଲେ ଚାଷୀ। ଦୀର୍ଘ ୨ ଘଣ୍ଟା ଧରି କୋରାପୁଟରେ ପ୍ରବଳ ବର୍ଷା ଯୋଗୁ ଖଳାରେ ରହିଥିବା ଧାନ ସବୁ ଓଦା ହୋଇଯ।ଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଢଙ୍ଗରପାଉଁସିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଚାଷୀମାନେ ରବି ଧାନ ଫସଲ ଅମଳ କରି ଏହାକୁ ଖଳାରେ ରଖିଥିଲେ। ହେଲେ ଅଦିନିଆ ବର୍ଷା ସେ ସବୁକୁ ଭିଜାଇ ନଷ୍ଟ କରିଦେଇଛି। ଫଳରେ ଚାଷୀମୁଣ୍ଡରେ ଚଡ଼କ ପଡ଼ିଲା ପରି ସ୍ଥିତି ଉପୁଜିଛି।ଅନ୍ୟପଟେ ଜୟପୁର ବ୍ଲକ ସୌରଗୁଡ଼ା, ଜୟନ୍ତଗିରି ଓ ଚରଗାରେ ମଧ୍ୟ ଚାଷୀମାନେ ସେହି ସମାନ ଅବସ୍ଥା ଭୋଗିଛନ୍ତି। ଧାନକାଟି ଖଳାକୁ ଆଣିବା ପୂର୍ବରୁ ବର୍ଷାରେ ସବୁକିଛି ଓଦା ହୋଇଯାଇଛି। ଗତ ମେ ୨୦ ତାରିଖରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ମିଲରମାନଙ୍କ ଶୋଷଣ ଯୋଗୁ ଧାନ ବିକ୍ରି ହୋଇପାରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here