ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ନିଜର ଦମଦାର ଆକ୍ସନ ସାଙ୍ଗକୁ ହ୍ୟାଣ୍ଡସମ୍ ଲୁକ୍ ସମସ୍ତଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥାଏ। ନିକଟରେ  ‘ଭାରତ ଆନି ନେନୁ’ ଫିଲ୍ମ ଜରିଆରେ ସେ ମଧ୍ୟ ଦର୍ଶକଙ୍କ ପ୍ରଚୁର ଭଲ ପାଇବା ସାଉଣ୍ଟି ପାରିଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ସେ ଅନେକ ରୋମାଣ୍ଟିକ୍ ଫିଲ୍ମରେ ନଜର ଆସିଛନ୍ତି। ଯେଉଁ ଫିଲ୍ମ ହିନ୍ଦୀ ଭାଷାରେ ଡବିଂ ମଧ୍ୟ ହୋଇଛି।

ୟୁଟ୍ୟୁବରେ ଦେଖନ୍ତୁ ମହେଶ ବାବୁଙ୍କ କେତୋଟି ଦମଦାର ଫିଲ୍ମ…

ଇଣ୍ଟରନାସନାଲ ଖିଲାଡି (international khiladi)

୨୦୦୭ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ଅତିଧିର ହିନ୍ଦୀ ଡବିଂ ହେଉଛି ଇଣ୍ଟରନାସନାଲ ଖିଲାଡି। ଏହି ଫିଲ୍ମରେ ଆପଣ ମହେଶ ବାବୁଙ୍କ ସହିତ ଅମ୍ରିତା ରାଓଙ୍କୁ ଦେଖିବାକୁ ପାଇବେ। ଏକ ଚତ୍ମକାର ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟିର ନିର୍ମାଣ କରାଯାଇଛି। ଯାହାକୁ ଆପଣ ୟୁଟ୍ୟୁବରେ ମଧ୍ୟ ଦେଖିବାକୁ ପାଇବେ।

ଚେତହା (cheetah- the power of one)

ତେଲୁଗୁ ଭାଷାରେ ନିର୍ମିତ ଏହି ଫିଲ୍ମରେ ଆପଣ ମହେଶ ବାବୁଙ୍କ ସହ ସାଉଥ୍ ସୁନ୍ଦରୀ ତ୍ରିଷା କ୍ରିଷ୍ଣନଙ୍କୁ ଦେଖିବାକୁ ପାଇବେ। ଏଥିସହ ଏହି ଫିଲ୍ମରେ ପ୍ରକାଶ ରାଜ ମଧ୍ୟ ଅଭିନୟ କରିଛନ୍ତି। ଅଥାଡୁ ନାମରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ହିନ୍ଦୀ ଭାଷାରେ ମଧ୍ୟ ୟୁଟ୍ୟୁବରେ ଆପଣଙ୍କୁ ମିଳିପାରିବ।ଅବ ହମସେ ନା ଟକରାନା (ab hamse na takrana)

ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ସୈନିକୁଡୁ ଫିଲ୍ମକୁ ଆପଣ ହିନ୍ଦୀ ଭାଷାରେ ଦେଖିବାକୁ ପାଇବେ। ଯାହାର ନାଁ ରହିଛି ଅବ ହମସେ ନା ଟକରାନା। ଏଥିରେ ଆପଣ ଏକ ସୁନ୍ଦର ପ୍ରେମ କାହାଣୀରେ ମହେଶ ବାବୁ ଓ ତ୍ରିଷାଙ୍କୁ ଦେଖିବାକୁ ପାଇବେ। ଯାହାକି ୟଟ୍ୟୁବରେ ମିଳିପାରିବ।

ସବସେ ବଢକର ହମ୍  (sabse badhkar hum 2)

ଏକ ଚତ୍ମକାର ପ୍ରେମ କାହାଣୀ ସହ ଏକ ସୁନ୍ଦର ପରିବାରକୁ ନେଇ ଫିଲ୍ମଟିର ନିର୍ମାଣ କରାଯାଇଛି। ଯେଉଁଥରେ ମହେଶ ବାବୁଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସାଉଥ୍ ଅଭିନେତ୍ରୀ ସାମନ୍ଥା। ତା ସହ ମହେଶ ବାବୁଙ୍କ ବଡ଼ ଭାଇ ଭୂମିକାରେ ଭେଙ୍କଟେଶ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ।

Comment