ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ବାତ୍ୟା ଅମ୍ପନକୁ ଓଡ଼ିଶା ଓ ପଶ୍ଚିମବଙ୍ଗର ଲୋକମାନେ ସାହାସର ସହ ମୁକାବିଲା କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦୀ କହିଛନ୍ତି ଯେ, ବାତ୍ୟା ଅମ୍ପନ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି କରିଛି। ଦୁଇ ରାଜ୍ୟର ଚାଷ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି। ହେଲେ ଦୁଇଟି ରାଜ୍ୟର ଲୋକମାନେ ସାହାସର ସହ ବାତ୍ୟା ଅମ୍ପନ ମୁକାବିଲା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ଗଠନରେ ଦେଶ ଏବେ ଆଗକୁ ବଢୁଛି। ପୂର୍ବାପେକ୍ଷା ଲୋକମାନେ ଏବେ ସ୍ଥାନୀୟ ଉତ୍ପାଦର ବ୍ୟବହାର କରୁଛନ୍ତି। ଏଥିସହ ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ୍ ହେବ ବୋଲି ମଧ୍ୟ କହିଛନ୍ତି।

ଧୀରେ ଧୀରେ ଦେଶର ଅର୍ଥବ୍ୟବସ୍ଥା ସ୍ୱାଭାବିକ ହେଉଛି। ଦେଶରେ ଟ୍ରେନ୍ ଓ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହୋଇଛି। ହେଲେ ଏବେ ଆମକୁ ଆହୁରି ସର୍ତକ ରହିବାକୁ ପଡ଼ିବ। ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପିନ୍ଧିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

Comment