ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜୁନ୍ ୧୭ରୁ ଖୋଲିବନି କୌଣସି ସ୍କୁଲ। ଲକଡାଉନକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଆଣିବା ପରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ୍ , କଲେଜ ଖୋଲିବା ନେଇ ଗତକାଲି କେନ୍ଦ୍ରର ନୂଆ ଗାଇଡଲାଇନ୍ ଆସିଛି। ଯେଉଁଥିରେ ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟ ସରକାରଙ୍କୁ ଆଲୋଚନା ପାଇଁ କୁହାଯାଇଛି। ଏଥିପାଇଁ ଜୁନ୍ ୧୭ରୁ ରାଜ୍ୟରେ କୌଣସି ସ୍କୁଲ ଖୋଲିବ ନାହିଁ।

ଶନିବାର କେନ୍ଦ୍ର ସରକାର ଲକଡାଉନ୍ ଖୋଲିବାକୁ ନେଇ ନୂଆ ଗାଇଡଲାଇନ୍ ଆଣିଛନ୍ତି। ଯେଉଁଥିରେ ଜୁଲାଇ ମାସରୁ ସ୍କୁଲ୍ ଓ କଲେଜ ଖୋଲିବା ନେଇ କୁହାଯାଇଛି। ରାଜ୍ୟ ସରକାର ଏନେଇ ଆଲୋଚନା କରିବା ପରେ ସଠିକ୍ ନିଷ୍ପତ୍ତି ନେବାକୁ କୁହାଯାଇଛି। ତେଣୁ ଜୁନ୍ ୧୭ରେ ସ୍କୁଲ ଖୋଲିବ ନାହିଁ ବୋଲି ଆଜି ମନ୍ତ୍ରୀ ସିଧାସିଧା କହିଦେଇଛନ୍ତି।

Comment