ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳରେ ପହଞ୍ଚିଲା ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ଠିକ୍ ସମୟରେ ଆସି କେରଳରେ ପହଞ୍ଚିଛି। ଏନେଇ ଏବେ ତାଜା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।

ବାତ୍ୟା ଅମ୍ପନ କାରଣରୁ ଏ ବର୍ଷ ମୌସୁମୀ ବାୟୁ ଆସିବାକୁ ବିଳମ୍ବ ହେବ ବୋଲି କୁହାଯାଉଥିଲା। ହେଲେ ସଠିକ୍ ସମୟରେ ମୌସୁମୀ ବାୟୁ ଆସି କେରଳରେ ପହଞ୍ଚିଛି। କେରଳରେ ମୌସୁମୀ ବାୟୁ ପହଞ୍ଚିବା ପରେ ସେଠାରେ ଏବେ ବର୍ଷା ଆରମ୍ଭ ହୋଇଯାଇଛି ବୋଲି ସୂଚନା ମିଳିଛି।

ତେବେ ଓଡ଼ିଶାରେ ମୌସୁମୀ ବାୟୁ କେବେ ଆସିବ। ସେନେଇ ନିର୍ଦ୍ଦିଷ୍ଟ କୌଣସି ସୂଚନା ମିଳିପାରିନାହିଁ।

Comment