ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରୁ ମଧ୍ୟପ୍ରଦେଶ ଚାଲିଗଲେ ପଙ୍ଗପାଳ ଦଳ। ମଧ୍ୟପ୍ରଦେଶର ଶାହଡୋଲା ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ କୋରିଆ ଜିଲ୍ଲାର କୃଷି ଉପନିର୍ଦ୍ଦେଶକ।

ପଙ୍ଗପାଳ ଦଳ ସୋମବାର ମଧ୍ୟପ୍ରଦେଶରୁ ଛତିଶଗଡ଼ର କୋରିଆ ଜିଲ୍ଲାକୁ ଆସିଥିଲେ। ଏହାପରେ ପଙ୍ଗପାଳ କୋରିଆ ଜିଲ୍ଲା ଭରତପୁର ନିକଟ ଜଙ୍ଗଲରେ ରହିଥିଲେ। ତେବେ ଏମାନେ ଓଡ଼ିଶା ଆସିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା।

ଜୁନ୍ ମାସରୁ ଜୁଲାଇ ମାସ ୧୫ ତାରିଖ ଭିତରେ ପଙ୍ଗପାଳ ଦଳ ଓଡ଼ିଶା ଆସିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ହେଲେ ବର୍ତ୍ତମାନ ଏମାନେ ମଧ୍ୟପ୍ରଦେଶ ଯିବା ପରେ ଓଡ଼ିଶାକୁ ପଙ୍ଗପାଳ ଭୟ କମ ହୋଇଛି।

Comment