ଓଡ଼ିଶାଲାଇଭ ବ୍ୟୁରୋ

ଫେସବୁକରେ ଅନେକ ସମୟରେ ଆପଣ ଏହିଭଳି ବିଜ୍ଞାପନ ଦେଖିଥିବେ ଯେଉଁଥିରେ କୁହାଯାଇଥିବ ଯେ ଖୁବ ମହଙ୍ଗା ସ୍ମାର୍ଟ ଫୋନ ଅତି  ଶସ୍ତାରେ ମିଳୁଛି। ଏହିଭଳି ମନଲୋଭା ବିଜ୍ଞାପନ ପ୍ରତି ସମସ୍ତେ ସତର୍କ ରହିବା ଦରକାର କାରଣ ଏହି ବିଜ୍ଞାପନ ଠକାମିର ନିଦର୍ଶନ।

ଏହିଭଳି ବିଜ୍ଞାପନ ଜରିଆରେ ଫ୍ଲିପକାର୍ଟ ବା ଅନ୍ୟ କୌଣସି ଇ-କମର୍ସ ୱେବସାଇଟ ନାଁରେ ଠକିବା ପାଇଁ ଚେଷ୍ଟା କରା ଯାଇଥାଏ। ଉଦାହରଣ ସ୍ୱରୂପ, ଆଇଫୋନ ୧୧- ପ୍ରୋ ମାତ୍ର ୪ ହଜାର ୯୯୯ ଟଙ୍କାରେ ବିକ୍ରି ହେଉଥିବା ଘୋଷଣା କରାଯାଏ। ଜାଲି କମ୍ପାନିମାନେ  ଫ୍ଲିପକାର୍ଟର ୱେବସାଇଟକୁ ବ୍ୟବହାର କରନ୍ତି ସତ। କିନ୍ତୁ ଦେଖିବାର କଥା ଯେ, ଏହିସବୁ  ଠକ ସଂସ୍ଥା ଫ୍ଲିପକାର୍ଟ ସାଇଟରେ ଯେଉଁ ୟୁଆରଏଲ ଦିଅନ୍ତି ତାହା ଜାଲ ହୋଇଥାଏ।

ବିଜ୍ଞାପନରେ ଅତି ଦାମୀ ଜିନିଷକୁ ଖୁବ ଭଲ ଡିସ୍କ।ଉଣ୍ଟରେ ମିଳିବାର ଲୋଭ ଦେଖାଇ ଦିଆଯାଇଥାଏ। ଯେମିତିକି ଆଇଫୋନରେ ୯୫ ପ୍ରତିଶତ ଛାଡ଼ ମିଳିବା କଥା କୁହାଯାଇଥାଏ ଯାହାକି କଦାପି ସମ୍ଭବ ନୁହେଁ।

ଫେସବୁକରେ ଏହିପରି ବିଜ୍ଞାପନ ପ୍ରତି ସତର୍କ ରହିବା ଦରକାର ନହେଲେ ଆପଣଙ୍କୁ ଏହି ଠକ କମ୍ପାନି ଭଲ ରକମର ଚୁନ ଲଗାଇ ଦେଇପାରନ୍ତି।

Comment